ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧୀ ମୂର୍ତ୍ତି। ପୂର୍ବରୁ ଗାନ୍ଧୀ ମୂର୍ତ୍ତି ଥିବା ସ୍ଥାନକୁ ପରିଷ୍କାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଅନ୍ୟପକ୍ଷରେ କଟକକୁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ ଚିତ୍ର ବଣ୍ଟନ କରାଯିବା ସହ ଗାନ୍ଧୀଙ୍କ ଅମର ବାଣୀ ପ୍ରସ୍ତୁତ କରି ପିଲାଙ୍କ ମଧ୍ୟରେ ବକ୍ତୃତା କରାଯିବ।

ବର୍ତ୍ତମାନ ରାଜ୍ୟ ସରକାର ଗାନ୍ଧୀଙ୍କ ଆଦର୍ଶକୁ ନେଇ ରାଜ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମମାନ କରୁଛନ୍ତି। ଗନ୍ଧୀଙ୍କ ସ୍ଵଚ୍ଚଭାରତକୁ ମଧ୍ୟ ରାଜ୍ୟ ସରାକର ଅଧିକ ପ୍ରଧାନ୍ୟ ଦେଉଛନ୍ତି। ସ୍କୁଲ ସ୍ତରରେ ମଧ୍ୟ ପିଲାମାନଙ୍କୁ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ଜଡ଼ିତ କରୁଛନ୍ତି।

ସେହିପରି ଓଡ଼ିଶା ସହ ଗାନ୍ଧିଜୀଙ୍କ ସଂପର୍କ ମଧ୍ୟ ବେଶ ଭଲ ରହିଥିଲା। ଗାନ୍ଧିଜୀ ପ୍ରାୟ ୮ ଥର ଓଡ଼ିଶା ଆସିଛନ୍ତି। ଓଡ଼ିଶା ଲୋକଙ୍କୁ ଗାନ୍ଧିଜୀ ଅରଟରେ ବୁଣା କାମ ଶିଖାଇଥିଲେ। ୧୯୨୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରମା ଦେବୀଙ୍କ ହାତରୁ ପଖାଳ ଖାଇ ସେ ବେଶ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here