ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଆଉ ୩ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୨୨ ଜଣ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ରହିଛି। ତେବେ ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟ କ୍ଷେତ୍ରରେ ଅପାରଗ ଯୋଗୁଁ ସରକାରୀ ବାବୁମାନଙ୍କୁ ବିଦା କରାଯାଉଛି ବୋଲି ଚର୍ଚ୍ଚା ହେଉଛି।

ଏହି ୩ ଜଣ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ରହିଥିବାବେଳେ ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ରହିଛନ୍ତି। ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି। ଏମାନଙ୍କ ମଧ୍ୟରେ ଅନୁଗୁଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ର ରହିଛନ୍ତି। ତାଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଛି।

ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ସହ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି।

ଏହି ୩ ଜଣ ସରକାରୀ ବାବୁଙ୍କ ନାମରେ ଦୁର୍ନୀତି ମାମଲା ରହିଥିବାରୁ ଏବଂ କାର୍ଯ୍ୟରେ ଅପାରଗତା ଦର୍ଶାଇ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।

Comment