ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସମାନଙ୍କ କ୍ଷେତ୍ରରେ ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ସବ୍-ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହିବେ। ଏମାନେ ରାଜ୍ୟର ୨୧୬ଟି ଫାଣ୍ଡିର ତଦାରଖ କରିବେ। ଏ ସମ୍ପର୍କୀତ ପ୍ରସ୍ତାବ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ସହକାରୀ ସବ୍-ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହୁଥିଲେ।

କମିସନରେଟ ପୋଲିସଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ଵାରା ପରିଚାଳିତ ପୋଲିସ ଫାଣ୍ଡିମାନଙ୍କରେ ସଵ-ଇନ୍ସପେକ୍ଟରମାନଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ସବ୍-ଇନ୍ସପେକ୍ଟରମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ସରକାରୀ ସ୍ତରରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment