ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ଵାରା ଡକାଯାଇଥିବା ମାଓବାଦୀ ମୁକାବିଲା ବୈଠକରେ ଯୋଗ ଦେବେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମାଓପ୍ରବଣ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଉକ୍ତ ବୈଠକ ଯୋଗ ଦେବା ପାଇଁ କେନ୍ଦ୍ରରୁ ଆମନ୍ତ୍ରଣ କରାଯାଇଛି। ବୈଠକରେ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇବାର ସମ୍ଭାବନା ରହିଛି। ସୂଚନା ଅନୁସାରେ କେନ୍ଦ୍ର ଉପରେ ୨୦୧୭ ମସିହାର ମାଓ ଦମନ ନେଇ ୯୦୭ କୋଟି ଟଙ୍କା ରହିଛି।

ଏପେଟ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରରେ ଯୋଗ ନ ଦେଇପାରନ୍ତି ବୋଲି କୁହାଯାଉଛି। ତେଣୁ ଦଳର ଅନ୍ୟ ହେଭି ୱେଟ ନେତାମାନେ ପ୍ରଚାରରେ ଲାଗିପଡ଼ିଛନ୍ତି। ସେପ୍ଟେମ୍ବର ୩୦ରେ ପିପିଲିରେ ନିର୍ବାଚନ ହେବାକୁ ଯାଉଛି ଏବଂ ଅକ୍ଟୋବର ୩ରେ ଭୋଟ ଗଣତି ହେବ।

Comment