ଓଡ଼ିଶାଲାଇଭ୍ ବ୍ୟୁରୋ

ଦୈନନ୍ଦିନ ଜୀବନରେ ଆମ ହାତରେ ଅନେକ କ୍ଷତିକାରୀ ଜୀବାଣୁ ବା ବାକ୍ଟେରିଆ ଲୁଚି ରହିଥା’ନ୍ତି। ଯାହାକି ସାଧାରଣ ଆଖିକୁ ଦେଖାଯାଇନଥାଏ।

ଏହି ହାତରେ ଆମେ ଖାଦ୍ୟ ଖାଇବା ଦ୍ୱାରା ରୋଗ ଜୀବାଣୁ ଆମ ପେଟକୁ ଯାଇ ବିଭିନ୍ନ ରୋଗ ସମସ୍ୟା ସୃଷ୍ଟି କରିଥାନ୍ତି। ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ସାଧାରଣତଃ ବିଭିନ୍ନ ପ୍ରକାରର ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିଥା’ନ୍ତି।

ତେବେ ବର୍ତ୍ତମାନ ବଜାରରେ ମିଳୁଥିବା ସାନିଟାଇଜରରେ ହାନିକାରକ ରସାୟନ ଓ ଆଲକହଲ ମିଶିରହୁଛି। ଯାହା ଫଳରେ ଲୋକଙ୍କ ପାଖରେ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦେଖିବାକୁ ମିଳୁଛି।

ତେଣୁ ବର୍ତ୍ତମାନ ଲୋକମାନେ ଘର ତିଆରି ସାନିଟାଇଜର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ସ୍ୱାସ୍ଥ୍ୟ ପାଇ ଉପଯୋଗୀ ହେବା ସହ ଏହାର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ବେଶ ସହଜ।

ଆବଶ୍ୟକୀୟ ସାମଗ୍ରୀ : ଏଲୋଭେରା ଜେଲ୍, ଭିଟାମିନ୍-ଇ କ୍ୟାପ୍‌ସୁଲ୍, ଗ୍ଲିସେରିନ୍, ଉଷୁମ ପାଣି

ପ୍ରସ୍ତୁତ ପ୍ରଣାଳୀ: ଉଷୁମ ପାଣିରେ ପ୍ରଥମେ ୫-୬ଟି ଭିଟାମିନ୍-ଇ କ୍ୟାପ୍‌ସୁଲ୍ ଏବଂ ଏହାସହ ଅଳ୍ପ ଏଲୋଭିରା ଜେଲ୍ ମିଶାଇଦିଅନ୍ତୁ।

ଏହାପରେ ଆପଣଙ୍କ ପାଖରେ ପ୍ରସ୍ତୁତ ହୋଇଯିବ ଘରତିଆରି ସାନିଟାଇଜର। ଯାହା ଆପଣଙ୍କୁ ସମସ୍ତ ପ୍ରକାର ଜୀବାଣୁ କବଳରୁ ସୁରକ୍ଷିତ ରଖିବା ସହ ଆପଣଙ୍କୁ ତ୍ୱଚାକୁ ମଧ୍ୟ କୌଣସି କ୍ଷତି ପହଞ୍ଚାଇନଥାଏ।

LEAVE A REPLY

Please enter your comment!
Please enter your name here