ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ମୁକାବିଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆଗକୁ ଆସିଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର।

ସୋଆ ଦ୍ୱାରା ପରିଚାଳିତ ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ ଅଧିନସ୍ଥ ସେଣ୍ଟର ଅଫ ବାଇଓଟେକ୍ନୋଲୋଜିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ସ୍ୱତନ୍ତ୍ର ସାନିଟାଇଜର। ଇସାପ୍ରୋପାନଲ, ହାଇଡ୍ରୋଜେନ ପେରୋକ୍ସସାଇଡ, ଗ୍ଲିସେରୋଲ ଏବଂ ସ୍କିନ ଏମୋଲିଏଣ୍ଟ ପ୍ରଭୃତି ମିଶ୍ରଣ କରାଯାଇ ଏହି ସାନିଟାଇଜର ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ସିବିଟିର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବାସୁଦେବ କର। ଲେମନ ଗ୍ରାସ ସୁଗନ୍ଧ ମିଶ୍ରିତ ଏହି ସାନିଟାଇଜରର ୩୦୦ ବୋତଲ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀ ଅନୁଯାୟୀ ଏହି ସାନିଟାଇଜର ପ୍ରସ୍ତୁତ କରାଯାଇଛି। ଏହା ବଜାରରେ  ବିକ୍ରି ପାଇଁ ନୁହେଁ,  ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ବଣ୍ଟନ କରାଯିବ ବୋଲି ଡାକ୍ତର କର କହିଛନ୍ତି।

ଡାକ୍ତର କର ଏବଂ ଡାକ୍ତର ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁଭଶ୍ରୀ ସିଂ, ଭାସ୍କର ଚନ୍ଦ୍ର ସାହୁ, ମନସ୍ୱିନୀ ଦାସ, ଦେବାଶିଷ ସାହୁ ଏବଂ ଭବାନୀ ଶଙ୍କର ବେହେରା ପ୍ରମୁଖ ସୋଆ ସିବିଟିର ଗବେଷକମାନେ ଏହି ସାନିଟାଇଜର ପ୍ରସ୍ତୁତିରେ ସାମିଲ ହୋଇଥିଲେ।

ଏହି ଗବେଷକ ଟିମଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ, ଏସ୍‌ପିଏସ ଡିନ ପ୍ରଫେସର ଏସ୍‌ ସି ସି ଏବଂ ସିବିଟି ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ପ୍ରମୁଖ ତାଙ୍କ ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

Comment