ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଜଣ ଟେଲିଭିଜନ୍ ଏବଂ ସିନେ ତାରକା ଏପରି ଅଛନ୍ତି ଯେଉଁମାନଙ୍କର ଅଳ୍ପ ବୟସରେ ମୃତ୍ୟୁ ଘଟିଛି। ଏମାନଙ୍କ ମୃତ୍ୟୁର କାରଣ ଆଜି ଯାଏଁ ଗୋଟିଏ ରହସ୍ୟ ହୋଇ ରହିଛି।

ଦିବ୍ୟା ଭାରତୀ: ୫ ଏପ୍ରିଲ ୧୯୯୫ରେ ଅଭିନେତ୍ରୀ ଦିବ୍ୟା ଭାରତୀ ନିଜ ଆପାର୍ଟମେଣ୍ଟର ୫ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲୋ ମୃତ୍ୟୁ ସମୟରେ ଦିବ୍ୟାଙ୍କ ବୟସ ମାତ୍ର ୧୯ ବର୍ଷ ଥିଲା ୯୦ ଦଶକର ଏକ ନମ୍ବର ନାୟିକା ଥିଲେ ଦିବ୍ୟା ଏକାଧିକ ହିନ୍ଦୀ ଓ ତେଲୁଗୁ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଅଭିନେତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିଥିଲେ ତାହା ଆଜି ବି ଜଣାପଡ଼ିନାହିଁ।

ପ୍ରତ୍ୟୁଷା ବାନାର୍ଜୀ : ଘରେ ଘରେ ଆନନ୍ଦୀ ଭାବେ ପରିଚିତ ‘ବାଲିକା ବଧୂ’ ଫେମ୍ ପ୍ରତ୍ୟୁଷା ବାନାର୍ଜୀ ୧ ଏପ୍ରିଲ୍ ୨୦୧୬ରେ ନିଜ ମୁମ୍ବାଇସ୍ଥିତ ଫ୍ଲାଟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲୋ ବୟଫ୍ରେଣ୍ଡ୍ ରାହୁଲ୍ ରାଜ୍ ସିଂଙ୍କ ସହିତ ମତଭେଦ ହେବା ଯୋଗୁଁ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିବା କୁହାଯାଉଛିା ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଆଜି ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ମୃତ୍ୟୁ ବେଳେ ପ୍ରତ୍ୟୁଷାଙ୍କୁ ୨୫ ବର୍ଷ ହୋଇଥିଲା।

ଜିୟା ଖାନ : ‘ନିଶବ୍ଦ’ ଫିଲ୍ମରୁ ବଲିଉଡ୍ କ୍ୟାରିଅର୍ ଆରମ୍ଭ କରିଥିବା ଜିୟା ଖାନ୍ ୩ ଜୁନ୍ ୨୦୧୩ ମସିହାରେ ଆତ୍ମହତ୍ୟା କରିଥିବା ଖବର ସାରା ଦେଶରେ ଚହଳ ପକାଇଥିଲା। ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ ଜିୟା। ଏହାସହିତ ଏକ ସୁଇସାଇଡ୍ ନୋଟ୍ ବି ଛାଡ଼ିଯାଇଥିଲୋ ଜିୟାଙ୍କ ମା’ ରାବିଆ ଖାନ କିନ୍ତୁ ଏହି ଆତ୍ମହତ୍ୟାକୁ ହତ୍ୟାର ନାମ ଦେଇଥିଲୋ ଜିୟାଙ୍କ ସହିତ ଅଭିନେତା ସୁରଜ୍ ପାଞ୍ଚୋଲିଙ୍କ ପ୍ରେମ ସମ୍ପର୍କ ଥିବାରୁ ସୁରଜଙ୍କୁ ଏହି ଆତ୍ମହତ୍ୟାର ଦାୟୀ ବୋଲି ମିଡିଆରେ କହିଥିଲୋ ହେଲେ ଆଜି ଯାଏଁ ଜିଆଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ମୃତ୍ୟୁ ବେଳେ ଜିୟାଙ୍କୁ ୨୫ ବର୍ଷ ହୋଇଥିଲା।

ସିଲ୍କ ସ୍ମିତା: ୨୩ ସେପ୍ଟେମ୍ବର ୧୯୯୬ରେ ଦକ୍ଷିଣୀ ସିନେଜଗତର ଜଣାଶୁଣା ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ମୃତଦେହ ତାଙ୍କ ଚେନ୍ନାଇ ବାସଭବନରେ ମିଳିଥିଲା। ଆଜି ଯାଏଁ ସିଲ୍କଙ୍କର ମୃତ୍ୟୁର କାରଣ ଆଜି ବି ରହସ୍ୟା

Comment