ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଦିୱାନା’, ‘ବଲବାନ’, ‘ଦିଲ ହି ତୋ ହୈ’ ଭଳି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଦେଇଥିବା ଅଭିନେତ୍ରୀ ହେଲେ ଦିବ୍ୟା ଭାରତୀ। ଆଜି ତାଙ୍କର ଜନ୍ମ ଦିବସ। ଫେବ୍ରୁଆରୀ ୨୫, ୧୯୭୪ ମସିହାରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ଦିବ୍ୟା। ଆଜି ଯଦି ସେ ବଞ୍ଚିଥାନ୍ତେ ତେବେ ନିଜର ୪୫ତମ ଜନ୍ମ ଦିବସ ପାଳିଥାନ୍ତେ।

ହେଲେ ଦୁର୍ଭାଗ୍ୟବଶତଃ ମାତ୍ର ୧୯ ବର୍ଷ ବୟସରେ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା। ବହୁତ କମ୍‌ ଦିନରେ ସେ ବଲିଉଡରେ ୧୨ଟି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ ଦିବ୍ୟା।

୧୯୯୩ ମସିହାରେ ଏପ୍ରିଲ ୫ ତାରିଖରେ ଦିବ୍ୟାଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ଦିବ୍ୟା ଚେନ୍ନାଇରୁ ସୁଟିଂ କରି ଫେରିଥିଲେ। ପୁଣି ଶୁଟିଂ ପାଇଁ ତାଙ୍କୁ ହାଇଦ୍ରାବାଦ ଯିବାର ଥିଲା। ହେଲେ ସେହିଦିନ ରାତିରେ ଅଚାନକ ସେ ସେ ରହୁଥିବା ବିଲ୍ଡିଂର  ୫ ମହଲାରୁ ତଳେ ପଡ଼ିଯାଇଥିଲେ। ତା’ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜିବି ତାଙ୍କ ମୃତ୍ୟୁ ରହସ୍ୟରେ ରହିଛି। ସେ କିପରି ବିଲ୍ଡିଂରୁ ପଡ଼ିଥଲେ ତାହା ଆଜିବି ଅସ୍ପଷ୍ଟ। ପାଖାପାଖି ପାଞ୍ଚ ବର୍ଷ ପୋଲିସ ତଦନ୍ତ କରିବା ପରେ ପୋଲିସକୁ କୌଣସି ତଥ୍ୟ ମିଳିନଥିଲା।

ଦିବ୍ୟା ୧୯୯୨ରେ ଫିଲ୍ମ ନିର୍ମାତା ସାଜିଦ ନିଡଆୱାଲାଙ୍କୁ ବିବାହ କରିଥିଲେ। ବିବାହକୁ ବର୍ଷେ ନପୁରୂଣୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Comment