ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ମାତ୍ର ୧୯ ବର୍ଷ ବୟସରେ ବଲିଉଡର ହାଇଷ୍ଟେ ପେଡ୍ ଆକ୍‌ଟ୍ରେସ୍‌ ବନିଥିଲେ ଦିବ୍ୟା ଭାରତୀ। କିନ୍ତୁ ସେହି ବୟସରେ ଦିବ୍ୟାଙ୍କର ମୃତ୍ୟୁ ଘଟିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା, ତାହାର ପର୍ଦ୍ଦାଫାସ୍ ଏଯାଏଁ ହୋଇନାହିଁ।

ନବେ ଦଶକରେ ବଲିଉଡର ନମ୍ବର ୱାନ୍ ନାୟିକା ଆସନର ପ୍ରମୁଖ ଦାବିଦାର ଥିଲେ ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତ। ଏ ଦୁହିଁଙ୍କୁ ଟକ୍କର ଦେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଜଣେ ନବାଗତା। ଏହି ନବାଗତାଙ୍କର ନାଆଁ ହେଲା ଦିବ୍ୟା ଭାରତୀ।

ଦିବ୍ୟା ପିଲାଟି ଦିନରୁ ପାଠପଢ଼ାରେ ମନୋନିବେଶ କରୁନଥିଲେ। ସେ ନବମ ଶ୍ରେଣୀରେ ନଅଟି ବିଷୟ ଭିତରୁ ଆଠଟିରେ ଫେଲ୍ ହୋଇଥିଲେ । ଦିବ୍ୟା ଭାରତୀ ଅଧିକାଂଶ ସମୟରେ ଆଇନା ଆଗରେ ଠିଆ ହୋଇ ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ହିମ୍ମତୱାଲା’ର ସଂଳାପ କହି ଅଭିନୟ କରୁଥିଲେ। ଶ୍ରୀଦେବୀ ଥିଲେ ତାଙ୍କର ରୋଲ୍ ମଡେଲ୍।

ନବେ ଦଶକରେ ବଲିଉଡର ହଟ୍ ନାୟିକା ଥିବା ଦିବ୍ୟା ଭାରତୀ ମାତ୍ର ପନ୍ଦର ବର୍ଷ ବୟସରେ ପାଠ ଛାଡ଼ିଥିଲେ। ଦିବ୍ୟା ଭାରତୀଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ବୟସ ହୋଇଥିଲା, ସେତେବେଳେ ଫିଲ୍ମ ପାଇଁ ଅଫର୍ ମିଳିଥିଲା। ସେହି ସମୟରେ ତାଙ୍କୁ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ନାୟିକା ଭୂମିକା ଯଚା ଯାଇଥିଲା।

ଦିବ୍ୟା ଭାରତୀ ଅନେକ ଫିଲ୍ମର ସ୍କ୍ରିପ୍ଟ ବି ପଢ଼ିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ପ୍ରଖ୍ୟାତ ନିର୍ମାତା ଡି ରାମାନାଇଡୁଙ୍କ ତେଲୁଗୁ ସିନେମା ‘ବୋବଲି ରାଜା’। ଏହି ଫିଲ୍ମରେ ଫିମେଲ୍ ଲିଡ୍ ରୋଲ୍‌ କରିବାକୁ ରାଜି ହୋଇଥିଲେ ଦିବ୍ୟା ଭାରତୀ।

ଦିବ୍ୟା ଭାରତୀ ଷୋହଳ ବର୍ଷରେ ପାଦ ଦେବା ବେଳକୁ ‘ବୋବଲି ରାଜା’ ରିଲିଜ୍ ହୋଇଥିଲା। ଏହା ସୁପରହିଟ୍ ବି ହୋଇଥିଲା।

ହେଲେ ଆପଣ କ’ଣ ଜାଣନ୍ତି କି ଯେତେବେଳେ ଦିବ୍ୟା ଭାରତୀ ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ କୀର୍ତ୍ତି କୁମାର ଏକ ହିନ୍ଦୀ ସିନେମାର ଅଫର୍ ଦେଇଥିଲେ। କୀର୍ତ୍ତି କୁମାର ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଗୋବିନ୍ଦାଙ୍କ ଭାଇ। ସେ ‘ହତ୍ୟା’ ଟାଇଟଲରେ ଏକ ସୁପରହିଟ୍ ସିନେମାର ନିର୍ଦ୍ଦେଶନା ଦେଇ ସେତେବେଳେ ଚର୍ଚ୍ଚାରେ ଥିଲେ।

କୀର୍ତ୍ତି କୁମାରଙ୍କ ଏହି ଫିଲ୍ମର ଟାଇଟଲ୍ ହେଲା ‘ରାଧାକା ସଙ୍ଗମ୍’। ଏଥିରେ ଗୋବିନ୍ଦାଙ୍କ ବିପକ୍ଷରେ ନାୟିକା ବନିଥାନ୍ତେ ଦିବ୍ୟା। କିନ୍ତୁ ଦିବ୍ୟାଙ୍କ ସର୍ତ୍ତରେ ରାଜି ନ ହୋଇ କୀର୍ତ୍ତି। ଜୁହି ଚାୱାଲାଙ୍କୁ ଏଥିରେ ଫିମେଲ୍ ଲିଡ୍‌ରେ ନେଲେ। ‘ରାଧା କା ସଙ୍ଗମ’ ସୁପରଫ୍ଲପ୍ ହୋଇଥିଲା।

ଏହି ସମୟରେ ପ୍ରଖ୍ୟାତ ନିର୍ମାତା ବୋନି କପୁର ତାଙ୍କର ସାନ ଭାଇ ସଞ୍ଜୟ କପୁରଙ୍କୁ ଲଞ୍ଚ୍ କରିବା ପାଇଁ ଜଣେ ନୂଆ ମୁହଁର ସନ୍ଧାନ କରୁଥିଲେ। ବୋନି ବି ଦିବ୍ୟାଙ୍କୁ ଦେବା ପାଇଁ ମନସ୍ଥ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଦିବ୍ୟାଙ୍କୁ ରିପ୍ଲେସ କରିଥିଲେ ତବୁ। ଏହି ଫିଲ୍ମଟି ବି ସୁପରଫ୍ଲପ୍ ହୋଇଥିଲା।

କୀର୍ତ୍ତି କୁମାର ଓ ବୋନି କପୁରଙ୍କ ପରେ ଆଉ ଜଣେ ନାମୀ ନିର୍ମାତା- ନିର୍ଦ୍ଦେଶକ ବି ଦିବ୍ୟା ଭାରତୀକୁ ଆପ୍ରୋଚ୍ କରିଥିଲେ। ଏହି ନିର୍ମାତା- ନିର୍ଦ୍ଦେଶକ ଜଣକ ହେଲେ ସୁଭାଷ ଘାଇ। ସେ ତାଙ୍କର ବହୁଚର୍ଚ୍ଚିତ ଫିଲ୍ମ ‘ସୌଦାଗର୍’ରେ ବିବେକ ମୁଶ୍ରାନଙ୍କ ଅପୋଜିଟ୍‌ରେ ଦିବ୍ୟା ଭାରତୀଙ୍କୁ ସାଇନ୍ କରିବାକୁ ଚାହୁଁଥିଲେ। କିନ୍ତୁ ପରେ ସୁଭାଷ ଘାଇ ବି ଦିବ୍ୟା ଭାରତୀଙ୍କୁ ରିଜେକ୍ଟ କରିଥିଲେ। ଏପରି ଭାବେ ରିଜେକ୍ଟ ହେବାରେ ହାଟ୍ରିକ୍ କରିଥିଲେ ଦିବ୍ୟା ଭାରତୀ।

Comment