ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ବିଜେପୁର ଉପନିର୍ବାଚନ। ତେବେ ଦିନ ୧୧ଟା ସୁଦ୍ଧା ବିଜେପୁରରେ ୨୫.୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ସକାଳ ୭ଟାରୁ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧ ପ୍ରତିଶତ ଭୋଟଦାନ ହୋଇଥିଲା। ଦିନ ୧୧ ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି।

ଏଥର ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରବାସୀ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ।

Comment