ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୧୨ ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ। ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତର ପିଇଓ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟ ମାମଲାରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ବିଜେପି ଏହି ବନ୍ଦ ଡାକରା ଦେଇଛି। ଜାରକା ନିକଟରେ ଜାତୀୟ ରାଜପଥ ୧୬ ଅବରୋଧ କରଯାଇଛି। ସେହିପରି ଯାଜପୁର ରୋଡ ଦଳା ଛକରେ ଏନ୍‌ଏଚ୍‌ ୨୧୫ ଅବରୋଧ କରାଯାଇଛି।

ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଦୋକାନ ବଜାର, ରାସ୍ତାଘାଟ ସମ୍ପୂଣ୍ଣ ବନ୍ଦ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇପାରୁନାହାନ୍ତି ଅନେକ ଶ୍ରମିକ।

Comment