ଓଡ଼ିଶାଲାଇଭ ବ୍ୟୁରୋ

ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା। ଓସିଏ ସମ୍ପାଦକଙ୍କୁ ଚିଠି ଲେଖି ସେ ତାଙ୍କ ଅବସର ଘୋଷଣା କରିଛନ୍ତି। ଗତକାଲି ଘରୋଇ କ୍ରିକେଟରୁ ହଳଧର ଦାସ ଅବସର ନେଇଥିଲେ।

ନଟରାଜ ଓଡ଼ିଶା ପାଇଁ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୩ହଜାର ୩୧ ରନ କରିଛନ୍ତି। ଯେଉଁଥିରେ ୮ ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି। ନଟରାଜଙ୍କ ନେତୃତ୍ଵରେ ପ୍ରଥମଥର ଦୁଲ୍ଲୀପ ଟ୍ରଫି ଚମ୍ପିୟାନ ହୋଇଥିଲା ଇଷ୍ଟ ଜୋନ୍‌।

Comment