ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ମାନବାଧିକାର କମିସନରେ ପହଞ୍ଚିଲା ଯାଜପୁର ଧର୍ମଶାଳା ବ୍ଲକ୍‌ ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟ ମାମଲା। ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ତ ଏକ ହୋଇ ସ୍ମାରକ ପତ୍ର ଦେଇଛନ୍ତି ସ୍ମିତାଙ୍କ ସ୍ୱାମୀ ସୁଶୀଲ କୁମାର ବିଶ୍ୱାଳ। ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଅନୁରୋଧ କରିଛନ୍ତି।

ଏକ ସ୍ମାରକ ପତ୍ର ଦେଇଛନ୍ତି। ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ମିତାଙ୍କ ସ୍ୱାମୀ ସୁଶୀଲ କୁମାର ବିଶ୍ୱାଳ ଅନୁରୋଧ କରିଛନ୍ତି।

‘‘ସ୍ମିତାଙ୍କୁ ବେଆଇନ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିଲା। ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ସ୍ମିତାଙ୍କୁ ବେଆଇନ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲେ। ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ’’, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ସୁଶୀଲ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ମିତାଙ୍କୁ ହତ୍ୟା କରା ଯାଇଥାଇପାରେ। ଯାଜପୁର ପୋଲିସ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଛନ୍ତି।

Comment