ଓଡ଼ିଶାଲାଇଭ୍‌ ବ୍ୟୁରୋJajpur

ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌କୁ ଆଜି ସିଲ୍‌ କରାଯାଇଛି। ଧର୍ମଶାଳା ତହସିଲଦାର ଆଜି ଗେଷ୍ଟହାଉସରେ ନାଲି ପତାକା ଲଗାଇଛନ୍ତି। ଏଥସହିତ ଗେଷ୍ଟ ହାଉସ ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ହୋଇଛି।

ଗେଷ୍ଟ ହାଓସ ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି।

ଅକ୍ଟେବାର ୧୬ ତାରିଖ ଦିନ ହରଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ରୂପେଶଙ୍କୁ ଗିରଫ କରାଯାଇଥିଲା।

Comment