ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ବ୍ୟକ୍ତିଗତ ସମ୍ପତ୍ତି ସହ ଲିଙ୍କ୍ ହେବ ଆଧାର ନମ୍ବର। ସାଧାରଣ ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ନୂଆ ଆଇନ୍ ତିଆରି କରିବାକୁ ଯାଉଛନ୍ତି ଭାରତ ସରକାର।

ଏହି ଆଇନ ଅନୁସାରେ ଲୋକମାନଙ୍କ ସମ୍ପତ୍ତି ସହ ସେମାନଙ୍କର ଆଧାର ନମ୍ବର ଲିଙ୍କ କରାଯିବ। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତିର ସମ୍ପତ୍ତି ତାଲିକା ବିଷୟରେ ସହଜରେ ଜାଣିହେବ। ଏହାଦ୍ୱାରା ଜମିଜମା ଓ ଘରବାଡ଼ି ଆଦି ବିକ୍ରି କ୍ଷେତ୍ରରେ ଅନେକ ସୁଧାର ଆସିପାରିବ।

ଯଦି କୌଣସି ବ୍ୟକ୍ତିର ସମ୍ପତ୍ତି ଅନ୍ୟ କିଏ ଜବରଦଖଲ କରିନିଏ, ତେବେ ସରକାର ଏହାକୁ ଜବରଦଖଲ ମୁକ୍ତ କରିବେ। ଯଦି କୌଣସି ବ୍ୟକ୍ତି ତାଙ୍କର ସମ୍ପତ୍ତି ସହ ଆଧାର ଲିଙ୍କ କରିନଥିବେ ତେବେ ସମ୍ପତ୍ତି ଜବରଦଖଲ ହେଲେ ସରକାର କୌଣସି ପଦକ୍ଷେପ ନେବେ ନାହିଁ।

ଏହା ସାହାଯ୍ୟରେ ଜଣେ ବ୍ୟକ୍ତି ଘରେ ବସି ମଧ୍ୟ ନିଜର ଜମି କିମ୍ବା ଅନ୍ୟ କୌଣସି ସମ୍ପତ୍ତି ବିକିପାରିବେ। କିନ୍ତୁ ଏହି ଜମି ରେଜେଷ୍ଟ୍ରି ଲାଗି ୧ ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି।

Comment