ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଚାଲିଛି କାଳିପୂଜା ଭସାଣ। ଶୋଭାଯାତ୍ରାରେ ମୁଖ୍ୟ ରାସ୍ତାରେ ମାଆ। ଦେବୀଗଡ଼ାରେ ବିସର୍ଜିତ ହେବ ୭୦ରୁ ଅଧିକ ମେଢ଼।

କଟକ ସହରରେ ଆଜି ମାଆ କାଳୀଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରର ୭୦ରୁ ଅଧିକ ପୂଜା ମଣ୍ଡପରୁ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ଶୋଭାଯାତ୍ରାରେ ବାହାରିଛନ୍ତି। ମାଆଙ୍କର ମେଢ଼କୁ ପ୍ରଥମେ ସାହି ପରିକ୍ରମା କରାଯିବା ପରେ ଶୋଭାଯାତ୍ରା ମୁଖ୍ୟ ରାସ୍ତା ଦେଇ ଦେବୀଗଡ଼ା ଅଭିମୁଖେ ଯିବ।

ଏହାପରେ କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ମଣିସାହୁ ଛକ, ବକ୍ସିବଜାର, ତିନିକୋଣିଆ ବଜାର, ଦରଘାବଜାର, ଗୌରିଶଙ୍କର ପାର୍କ ହୋଇ ଦେବୀଗଡ଼ା ଅଭିମୁଖେ ମାଆଙ୍କର ମୂର୍ତ୍ତି ସବୁ ଶୋଭାଯାତ୍ରାରେ ଗୋଟିଏ ପରେ ଗୋଟିଏ ଯିବେ। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାସ୍ତାରେ ମେଢ଼କୁ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା କରାଯାଇଛି।

କଟକ ସହରର କାଳୀ ଭସାଣକୁ ନଜରରେ ରଖି ସହରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଏଥିସହିତ ଦେବୀଗଡ଼ାରେ ମଧ୍ୟ ମାଆଙ୍କର ମୂର୍ତ୍ତି ଯେପରି ସୁରୁଖୁରରେ ବିସର୍ଜିତ ହୋଇ ପାରିବ ସେଥି ପାଇଁ ଅସ୍ଥାୟୀ ଜଳାଶୟର ବ୍ୟବସ୍ଥା କରାଯାଇଛି। କାଳୀପୂଜାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି।

Comment