ଓଡ଼ିଶାଲାଇଭ ବ୍ୟୁରୋ

ମା ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଆଜି ମଧ୍ୟରାତିରେ ଧରାବତରଣ କରିବେ ମହାକାଳୀ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଞ୍ଚିଛି। ତେବେ କଟକ, ଭୁବନେଶ୍ଵର ଓ ଭଦ୍ରକ ଜିଲ୍ଲାରେ କାଳୀପୂଜାରେ ଅନେକ ଭିଡ଼ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ପ୍ରସାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ରାଜଧାନୀ ଭୁବନେଶ୍ଵରରେ ଚଳିତ ବର୍ଷ ବିଭିନ୍ନ ମଣ୍ଡପରେ ମା କାଳୀ ପୂଜା ପାଇବେ। ରାମକୃଷ୍ଣ ମିଶନ ପକ୍ଷରୁ ଆୟୋଜିତ କାଳୀପୂଜା ଚଳିତବର୍ଷ ୯୯ ବର୍ଷରେ ପଦାର୍ପଣ କରିଛି। ଏଠାରେ ରାତି ୮ଟାରୁ ଭୋର ପର୍ଯ୍ୟନ୍ତ ମାଙ୍କର ପୂଜା କରାଯାଇଥାଏ। ଏହାସହ ସଦିଦନଗରରେ ମା କାଳୀ ଚାନ୍ଦି ମେଢ଼ରେ ଶୋଭା ପାଇବ।

ସେହିପରି କଟକରେ ମଧ୍ୟ କାଳୀପୂଜା ପାଇଁ ପ୍ରସ୍ତୁତି ସରିଛି। ମଧ୍ୟରାତିରେ ମାଙ୍କ ପୂଜା କରାଯିବ। ତେବେ ଚଳିତ ବର୍ଷ ୨୭ଟି ଚାନ୍ଦି ମେଢ଼ରେ ମା’କାଳୀ ଏଠାରେ ଶୋଭା ପାଇବେ। ଲାଇଟ ସାଙ୍ଗକୁ ସୁଉଚ୍ଚ ତୋରଣ ପୂଜାର ଶୋଭା ବଢ଼ାଉଛି।

ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପାଇଁ ବର୍ତ୍ତମାନ ସହର ସଜେଇ ହୋଇଛି। ସହର ବିଭିନ୍ନ ତୋରଣ ଓ ଆଲୋକମାଳାରେ ସୁଜ୍ଜିତ ହୋଇଛି। ଏହାସହ ମୀନାବଜାର, ବ୍ୟବସାୟିକ ଷ୍ଟଲ, ଦୋଳି, ଚକ୍ରି, ସର୍କସ୍‌ ଓ ମ୍ୟାଜିକ ଭଳି ମନୋରଞ୍ଜନ ମାଧ୍ୟମ ଏବଂ ଅପେରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ଏଠାରେ ହୋଇଛି।  

Comment