ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଡେ’ ନାଇଟ୍‌ ଟେଷ୍ଟ ଭାବେ ଖେଳାଯିବ। ଯାହାକୁ ନେଇ ଉଭୟ ଦେଶର କ୍ରିକେଟ୍ ବୋର୍ଡ ସବୁଜ ସଙ୍କେତ ଦେଇସାରିଛନ୍ତି। ତେବେ ସାଧାରଣ ଟେଷ୍ଟ ମ୍ୟାଚଠାରୁ ଏହି ମ୍ୟାଚ୍ କିଭଳି ଭିନ୍ନ, ଏବେ ତାକୁ ନେଇ ଚର୍ଚ୍ଚା।

ତେବେ ଆସନ୍ତୁ ଜାଣିବା, କେମିତି ଖେଳାଯିବ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ।

ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ଏହି ମ୍ୟାଚଟି ଅଧାଦିନରେ ଅଧା ରାତିରେ ଫ୍ଲଡ୍‌ଲାଇଟରେ ଖେଳାଯିବ।

ସେହିପରି ଏହି ମ୍ୟାଚରେ ଗୋଲାପୀ ରଙ୍ଗର ବଲ ବ୍ୟବହାର କରାଯିବ। ଯାହାକି କୋକାବୁରା କମ୍ପାନି ନିର୍ମାଣ କରୁଛି। ସାଧାରଣ ଟେଷ୍ଟ ମ୍ୟାଚରେ ମୁଖ୍ୟତଃ ଲାଲ ରଙ୍ଗର ବଲ ବ୍ୟବହାର କରାଯାଇଥାଏ।

ଏହି ମ୍ୟାଚ ଦିନକୁ ମୋଟ୍ ୬ଘଣ୍ଟା ପାଇଁ  ଖେଳାଯିବ। ଯାହା ମଧ୍ୟରେ ୯୦ ଓଭରର ଖେଳ ଖେଳାଯିବ।

କୋଲକାତାର ଏହି ଟେଷ୍ଟ ମ୍ୟାଚ୍ ଦିନ ୧.୩୦ରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ଖେଳର ମଝିରେ ୪.୦୫ରେ ଟି ବ୍ରେକ୍ ହେବ। ସେହିପରି ୬.୨୦ରେ ମଧ୍ୟ ଆଉ ଗୋଟିଏ ବ୍ରେକ୍ ହେବ ବୋଲି ସୂଚନା ମିଳିଛି।

Comment