ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର କରାଚୀ-ରାଓ୍ୱଲପିଣ୍ଡି ତେଜଗାମ୍ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୬୫ ଜଣ ଯାତ୍ରୀଙ୍କ ମୃତ୍ୟ ଘଟିଥିବା ସୂଚନା ମିଳିଛି। ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ଲିୟାକତପୁର ରହିମୟାର ଖାନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନରେ ଏତେ ବଡ଼ ଧରଣର ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡ଼ିନି। ଟ୍ରେନରେ ଭୟଙ୍କର ନିଆଁ ଲାଗିବା ଦେଖି କେତେକ ଯାତ୍ରୀ ଜୀବନ ବଞ୍ଚାଇବାକୁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଛନ୍ତି।
ରିପୋର୍ଟ ଅନୁସାରେ ଆହତମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି।

















