ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଜିର ଦିନରେ ହତ୍ୟା କରାଯାଇଥିଲା। ଭାରତ ଇତିହାସରେ ଏହି ଦିନକୁ କେହି ବି ଭୁଲି ପାରି ନାହାନ୍ତି। ପ୍ରତିବର୍ଷ ଅକ୍ଟୋବର ୩୧ ହେଲେ ସାରାଦେଶ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଥାଏ।

ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆଂସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ନେତା କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାହୁଲ ଗାନ୍ଧୀ ଟୁଇଟ କରି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଇନ୍ଦିରା ୧୯୧୭, ନଭେମ୍ବର ୧୯ରେ ଇଲାହବାଦରେ ଜନ୍ମ ହୋଇଥିଲେ। ସେ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୮୪ ଅକ୍ଟୋବର ୩୧ ତାରିଖରେ ତାଙ୍କ ସୁରକ୍ଷାକର୍ମୀ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Comment