ଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ସୁରତରେ ହେବାକୁ ଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଟି ଟ୍ୱେଣ୍ଟି ଗ୍ରୁପ ‘ଇ’ ର ପ୍ରଥମ ଚାରୋଟି ମ୍ୟାଚ ପାଇଁ ୧୫ ଜଣିଆ ଓଡ଼ିଶା ଟିମ୍‌ ଘୋଷିତ ହୋଇଛି। ଗୋବିନ୍ଦ ପୋଦାର ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ ଦଳରେ ଓ୍ୱିକେଟ୍‌ କିପର ପ୍ରବୀଣ କୁମାର ଲୋହା ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି।

ଓଡ଼ିଶା ଟିମ୍‌ରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଉଛନ୍ତି ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ଶେଖର ସାମନ୍ତରାୟ, ଅରବିନ୍ଦ ସିଂ, ଅଭିଷେକ ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ସନ୍ଦୀପ ପଟ୍ଟନାୟକ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଙ୍କିତ୍ ଯାଦବ, ପପୁ ରାୟ, ରାଜେଶ୍ ଧୂପର୍, ଶୁଭମ୍‌ ନାୟକ ଏବଂ ଆଶୁତୋଷ ଦାସ।

ଆସନ୍ତା ନଭେମ୍ବର ୮ ତାରିଖରୁ ୧୭ ତାରିଖ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ। ରଶ୍ମୀ ରଞ୍ଜନ ପରିଡ଼ା ଓଡ଼ିଶା ଟିମ୍‌ର କୋଚ୍ ନିଯୁକ୍ତ ହୋଇଛନ୍ତି।

Comment