ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ଆରମ୍ଭ ହେବ ବିମାନ ସେବା। ଭୁବନେଶ୍ୱର ବିମାନବନ୍ଦରରୁ ସୁରତକୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହକୁ ଦୁଇଦିନ ସୋମବାର ଓ ବୁଧବାର ଏହି ବିମାନ ଚଳାଚଳ ହେବା ନେଇ ସୂଚନା ମିଳିଛି।

ଏୟାର ଇଣ୍ଡିଆ ଭୁବନେଶ୍ୱର ଓ ସୁରତ ମଧ୍ୟରେ ଏହି ସେବା ଯୋଗାଇବ ବୋଲି  କୁହାଯାଇଛି। ବିମାନଟି ଅପରାହ୍ଣ ସାଢେ ୩ଟାରୁ ସୁରତରୁ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ।BGUଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। ହେଲେ କରୋନା ସଂକ୍ରମଣ ପାଇଁ କିଛି ଦିନ ହେଲା ଏହି ସେବା ବନ୍ଦ ହୋଇଯାଇଥିଲା। ଏବେ ଏହାକୁ ପୁଣିଥରେ ଆରମ୍ଭ କରିବାକୁ ଏୟାର ଇଣ୍ଡିଆ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comment