ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହାର ପ୍ରଭାବ ସ୍କୁଲ ପିଲାଙ୍କ ଉପରେ ପଡ଼ୁଛି। ବାୟୁ ପ୍ରଦୂଷଣ ଯୋଗୁଁ ମୁଣ୍ଡ ବ୍ୟଥା, ଆଖି ପୋଡ଼ିବା, ବାନ୍ତି ହେବା, ଶ୍ୱାସକ୍ରିୟା ନେବାରେ ସମସ୍ୟା ହେଉଥିବା ଅଭିଯୋଗ ହେଉଛି।

ଏହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ସ୍କୁଲ ଛାତ୍ରଛାତ୍ରୀଙ୍କ ମାସ୍କ ବାଣ୍ଟିଛନ୍ତି। ସିଭିଲ ଲାଇନ୍ସର ଏକ ସ୍କୁଲରୁ ମୁଖ୍ୟମନ୍ତ୍ରୀ ନିଜେ ଏହାର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାରଠୁ ଦିଲ୍ଲୀର ସମସ୍ତ ସ୍କୁଲରେ ଏହି ମାସ୍କ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ଛାତ୍ରଙ୍କୁ ୨ ଲେଖାଏଁ ମାସ୍କ ଦେବାକୁ ଯୋଜନା ହୋଇଛି।

ଦୀପାବଳି ପରେ ବାୟୁ ଅଧିକ ପ୍ରଦୂଷିତ ହୋଇଛି । ବୁଧବାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୯ ଥିଲା । ଗୁରୁବାର ୪୧୦ ରେକର୍ଡ କରାଯାଇଥିଲା।

Comment