ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ସୋ’ ଦେଖିବାର ସମୟସୀମା ଶୁକ୍ରବାରଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି। ସେହିପରି ରାତି ପ୍ରାୟ ୭ଟା ବେଳକୁ ଆର୍କିଟେକଚୁରାଲ୍ ମାର୍ବଲର ଗେଟକୁ ବନ୍ଦ କରିଦିଆଯିବ। ଏନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ଦିଆଯାଇଛି।

ଏହି ନୂଆ ସମୟସୀମା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଫେବ୍ରୁଆରି ୨୮ ତାରିଖ ଯାଏଁ ଲାଗୁ ରହିବ। ମନ୍ଦିରରେ ପ୍ରବେଶ ପାଇଁ ଟିକେଟ୍ ଦାମ୍ ରହିଛି ୫୦ ଟଙ୍କା।

ସେହିପରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ର ସମୟ ସୀମା ପରିବର୍ତ୍ତନ କରାଯାଇଛି। ଏଣିକି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୭ଟା ୧୦ ଯାଏଁ କରାଯାଇଛି। ଏହାପରେ ଦ୍ୱିତୀୟ ସୋ’ର ସମୟ ସୀମା ରହିଛି ରାତି ୭ଟା ୩୦ରୁ ରାତି ୮ଟା ୧୦ ଯାଏଁ।

ଏହାବ୍ୟତିତ ପର୍ଯ୍ୟଟକ ତଥା ଆଗନ୍ତୁକମାନେ ୮ଟି ଅଲଟ୍ରା ଆଧୁନିକ ପ୍ରୋଜେକ୍ଟର ସହାୟତାରେ ମନ୍ଦିରର ‘ମୁଖଶାଳା’ ଓ ‘ନାଟ୍ୟ ମନ୍ଦିର’ର ସମ୍ମୁଖରେ ‘ଅରୁଣୋଦୟ’ ସୋ’ର ମଜା ଉଠାଇପାରିବେ। ଏନେଇ ଶୁକ୍ରବାର ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment