ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଶନିବାର ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ତାରିଖ ଧାର୍ଯ୍ୟ କରାଯାଇଛି।
ଚଳିତବର୍ଷ ଧନୁଯାତ୍ରା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରି ୧୦ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ଏଥିପାଇଁ କଂସ ଏବଂ ଅନ୍ୟାନ୍ୟ ଭୂମିକା ପାଇଁ କଳାକାର ଚୟନ କରାଯିବ।
୧୧ ଦିନ ଧରି ହେବାକୁ ଥିବା ଧନୁଯାତ୍ରାରେ ବରଗଡ଼ର ଅମ୍ବାପାଲ୍ଲି ଗାଁ ଗୋପପୁର ପାଲଟିଯାଏ। କୃଷ୍ଣ-ବଳାରାମ ଏହିଠାରେ ଲୀଳାଖେଳା କରି ମଥୁରା ଯାତ୍ରା କରିଥାନ୍ତି।
















