ଓଡ଼ିଶାଲାଇଭ ବ୍ୟୁରୋ

ଗାଁ ଛାଡ଼ିଲେ ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ବାପା ମା’। ସେମାନେ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ଘରେ ତାଲା ପଡ଼ିଥିବା ବେଳେ ସୁରକ୍ଷା ପାଇଁ ପୋଲିସ ସେଠାରେ ମୁତୟନ ଅଛନ୍ତି।

ଦୁଇଦିନ ତଳେ ରାଜ୍ୟ ଛାଡ଼ି ଚାଲିଯିବାକୁ କହିଥିବା ସ୍ମିତାରାଣୀଙ୍କ ବାପା ମା’ ଗାଁ ଛାଡ଼ି ଚାଲିଯାଇଛନ୍ତି। ଝିଅ ମୃତ୍ୟୁ ପରେ ନିଜକୁ ଗାଁରେ ସୁରକ୍ଷିତ ନଥିବା କହିଛନ୍ତି ସ୍ମିତାରାଣୀଙ୍କ ବାପା। ତେବେ ବର୍ତ୍ତମାନ ସେମାନେ ରାଜ୍ୟ ବାହାରେ ରହୁଥିବା ପୁଅ ଘରକୁ ଚାଲିଯିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ୫ ତାରିଖରେ ସମସ୍ତ ଜିଲ୍ଲାପଳ ଅଫିସ୍‌ ସାମ୍ନାରେ ବିକ୍ଷୋଭ କରିବ। ଏନେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Comment