ଓଡ଼ିଶାଲାଇଭ୍ ବ୍ୟୁରୋ

ଆଧାରକାର୍ଡ ଭଳି ପାନ୍‌କାର୍ଡ ମଧ୍ୟ ଏକ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ  ପାନ୍‌କାର୍ଡର ଆବଶ୍ୟକତା ରହିଛି। ତେବେ ପାନ୍‌କାର୍ଡ ପାଇଁ ଆପଣ ଅନ୍‌ଲାଇନ୍‌ରେ ଆବେଦନ ମଧ୍ୟ କରିପାରିବେ।

ପାନ୍ ସର୍ଭିସ୍ ୟୁନିଟ୍ (PAN Service Unit) ଓ୍ଵେବ୍‌ସାଇଟ୍ ଖୋଲି ସେଥିରେ ଆବେଦନ କରିପାରିବେ। ସମସ୍ତ ପ୍ରକ୍ରିୟା ପୂରା ହେବା ପରେ ପୋଷ୍ଟ୍ ଜରିଆରେ ଘର ଠିକଣାକୁ ପାନ୍‌କାର୍ଡ ଆସିଯାଏ। ଅନ୍ୟାନ୍ୟ ବିବରଣୀ ପାଇବା ପାଇଁ ପାନ୍‌ ବିଭାଗର ୧୮୦୦୧୮୦୧୯୬୧ ହେଲ୍ପଲାଇନ୍‌ ନମ୍ବରକୁ କଲ୍‌ କରିପାରିବେ।

ପାନ୍‌କାର୍ଡ ଆବେଦନ ପାଇଁ ଜରୁରୀ ପ୍ରମାଣପତ୍ର

ପାନ୍‌କାର୍ଡ ଆବେଦନ ପ୍ରକ୍ରିୟା ପାଇଁ ଆଧାର କାର୍ଡ, ଭୋଟ୍‌ ପରିଚୟ ପତ୍ର, ଡ୍ରାଇଭିଙ୍ଗ୍ ଲାଇସେନ୍ସ୍, ପାସ୍‌ପୋର୍ଟ, ଫଟୋ ଲାଗିଥିବା ରାସନ କାର୍ଡ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ଫଟୋ ପରିଚୟ ପତ୍ର, ଫଟୋ ଲାଗିଥିବା ପେନ୍‌ସନ୍ କାର୍ଡ, କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳିଥିବା ଯେକୌଣସି ହେଲଥ୍ ସ୍କିମ୍ କାର୍ଡ, ଏକ୍ସ ସର୍ଭିସ୍ ମ୍ୟାନ୍‌ କଣ୍ଟ୍ରିବ୍ୟୁଟାରି ହେଲ୍‌ଥ୍‌ ସ୍କିମ୍ ଫଟୋ କାର୍ଡ, ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା ହସ୍ତାକ୍ଷର କରାଯାଇଥିବା ପରିଚୟ ପତ୍ର ଆଦି ପ୍ରମାଣପତ୍ରର ଆବଶ୍ୟକତା ରହିଛି।

ଆବେଦନ ପ୍ରକ୍ରିୟା

ପ୍ରଥମେ ଆୟକର ବିଭାଗର ପ୍ୟାନ୍‌ ସେବା (ସର୍ଭିସ୍ ୟୁନିଟ୍) ଓ୍ୱେବ୍‌ସାଇଟ୍‌ର ଲିଙ୍କ୍ https://tin.tin.nsdl.com/pan/ ଖୋଲନ୍ତୁ।

ଲିଙ୍କରେ ଥିବା ପ୍ୟାନ୍‌କାର୍ଡ ଆବେଦନପତ୍ରକୁ ଡାଉନ୍‌ଲୋଡ୍‌ କରି ଦରକାରୀ ବିବରଣୀ ପୂରଣ କରିବା ପରେ ପ୍ୟାନ୍‌ ବିଭାଗକୁ ମେଲ୍ ଜରିଆରେ ପଠାନ୍ତୁ।

ପାନ୍‌କାର୍ଡ ଆବେଦନପତ୍ର ପୂରଣ କରିବା ସହିତ ଫର୍ମ ୪୯-ଏ ବି ପୂରଣ କରି ପଠାଇବାକୁ ହେବ।

ଆବେଦନପତ୍ର ପଠାଇବା ପରେ ୧୫ ଅଙ୍କବିଶିଷ୍ଟ ଗୋଟିଏ ଆକ୍‌ନଲେଜ୍‌ମେଣ୍ଟ୍‌ ନମ୍ବର ଆସିବ।

ଏହି ଆକ୍‌ନଲେଜ୍‌ମେଣ୍ଟ୍‌ ନମ୍ବର ସହିତ ଆପଣଙ୍କର ସମ୍ପୂର୍ଣ୍ଣ ଠିକଣା ଥିବା ଯେକୌଣସି ପ୍ରମାଣପତ୍ର ଏବଂ ପରିଚୟ ପତ୍ର ସଂଯୋଗ କରି ଆୟକର ବିଭାଗରେ ଦାଖଲ କରିବାକୁ ହେବ।

Comment