ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତିଲ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା। ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏହି ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ଏନେଇ ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ଛାତ୍ରଛାତ୍ରୀ ଚାହିଁଲେ ଅଫଲାଇନରେ ବି ପରୀକ୍ଷା ଦେଇପାରିବେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ।

ଅନ୍ୟପକ୍ଷରେ କରୋନା ପାଇଁ ସମସ୍ତ ୟୁଜି (+୩) ଓ ପିଜି ପରୀକ୍ଷା ବାତିଲ୍ କରିଦେଇଛନ୍ତି ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ବାତିଲ କରିଦିଆଯାଇଛି।

Comment