ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପରୁ ଜଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଝିମାଣିସ୍ଥିତ ଜନତା ବିଦ୍ୟାପୀଠର ସୁବର୍ଣ୍ଣ ଜ଼ୟନ୍ତୀ ଉତ୍ସବ ମହା ସମାରୋହରେ ଶେଷ ହୋଇଛି। ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯାଗ ଦେଇଥିଲେ।

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ହେଲେ ଶିକ୍ଷାରେ ସମାନତା ଆଣିବା ଦରକାର ବୋଲି ତୁଳସୀ ମୁଣ୍ଡା ଉଦବୋଧନ ଦେଇଥିଲେ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଆଦି କବି ସାରଳା ଦାସ କଲେଜର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ବିଶିଷ୍ଟ ଶିକ୍ଷାବିତ୍ ଶଙ୍କର୍ଷଣ ସ୍ୱାଇଁ, ପିପିଏଲର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ, ଜଗତସିଂହପୁର ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁବାସ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସୂତାର ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ପୂରାତନ ଛାତ୍ର ସଂଘ ସମ୍ପାଦକ ତପନ ତ୍ରିପାଠୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା।

କବି ପୀତାମ୍ବର ତରାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡକ୍ଟର ସୁରଞ୍ଜନ ଲେଙ୍କା ଓ ସୁପ୍ରିୟା ରାଉତରାୟ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ୟଙ୍ଗ କବି ସତ୍ୟାନାଶ କବିତା ପାଠ କରିଥିଲେ। ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ନାଟକ ମଞ୍ଚସ୍ଥ କରିଥିଲେ।

ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଏପ୍ରିଲ ୨୭ରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଉଦଘାଟନ କରିଥିଲେ। ସ୍କୁଲ ସହ ଜଡ଼ିତ ତାଙ୍କର ଅନେକ ସ୍ମୃତିକୁ ଡାକ୍ତର ରାଉତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ବଖାଣିଥିଲେ। ବିଦ୍ୟାଳୟର ମୁଖପତ୍ର ପୁନର୍ନବା ଉନ୍ମୋଚନ କରିଥିଲେ ଅତିଥି। ଜଗତସିଂହପୁର ସାଂସଦ ଡକ୍ଟର କୁଳମଣି ସାମଲ ଅତିଥି ଭାବେ ଯୋଗଦେଇ ସ୍କୁଲର ଗାରିମାକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ।

ଜନତା ବିଦ୍ୟାପୀଠର ପୂରାତନ ଛାତ୍ର ସଂସଦ ସଭାପତି ତଥା କୁଜଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଭାସ ରଞ୍ଜନ ପାଣି, ପାରାଦୀପ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ମୋହନ ମିଶ୍ର, ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଅଦୈତ ଚରଣ ସ୍ୱାଇଁ, ଏନବିଏସ୍ କଲେଜ ଅଧ୍ୟକ୍ଷା ବନପ୍ରଭା ପରିଡ଼ା, ପୂର୍ବତନ ପ୍ରଧାନ ଶିକ୍ଷକ ମା଼ୟାଧର ଦାସ,

ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓମକାରନାଥ ମହାନ୍ତି, ରେଭେନ୍ସା କଲେଜର ପୂର୍ବତନ ପ୍ରଫେସର ନଟବର ଶତପଥୀ, ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ପୂର୍ବତନ ଛାତ୍ର ଡକ୍ଟର ରଞ୍ଜନ ସାମଲ ସ୍କୁଲରେ ତାଙ୍କ ବାପାଙ୍କ ନାଁରେ ଭାଷ୍କର ମେଧାବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

୧୯୯୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ରକ୍ତଦାନ ଶିବିରରେ ୯୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Comment