ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ନୌସେନାରେ ନାଭାଲ ସିପ୍‌ ରିପେୟାର ୟାର୍ଡ ପଦବୀ ପାଇଁ ବିଜ୍ଞପ୍ତି। ଡିସେମ୍ଵର ୧ ଯାଏଁ କରିପାରିବେ ଆବେଦନ।

ନାଭାଲ ସିପ୍ ରିପେୟାର ୟାର୍ଡରେ ଏକାଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ। ୧୪୫ଟି ପଦବୀ ପାଇଁ କରାଯିବ ନିଯୁକ୍ତି। କର୍ଣ୍ଣାଟକ ପାଇଁ ନିଯୁକ୍ତି କରାଯାଉଥିବା ଏହି ପଦବୀଗୁଡ଼ିକ ପାଇଁ ସମସ୍ତେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧ ସୁଦ୍ଧା ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ ପ୍ରାର୍ଥୀ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଅଧୀନସ୍ଥ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଆଇଟିଆଇ ଭଳି ଅନ୍ୟାନ୍ୟ କୋର୍ସ କରିଥିବା ପ୍ରାର୍ଥୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା

ସର୍ବନିମ୍ନ-୨୧ ବର୍ଷ

ନିଯୁକ୍ତି ପାଇଁ ଖାଲି ଥିବା ପଦବୀ

  • ସିପ୍ରାଇଟ୍ (ଉଡ୍)
  • ଇଲେକ୍‌ଟ୍ରିସିଆନ୍
  • ଇଲେକ୍‌ଟ୍ରୋନିକ୍ସ୍‌ ମେକାନିକ୍‌
  • ଫିଟର୍‌
  • ଇନ୍‌ଫର୍‌ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି ମେଣ୍ଟେନାନ୍ସ୍
  • ଇନ୍‌ଷ୍ଟ୍ରୁମେଣ୍ଟ୍‌ ମେକାନିକ୍
  • ମେସିନିଷ୍ଟ୍‌
  • ମେରାଇନ୍‌ ଇଞ୍ଜିନ୍‌ ଫିଟର୍‌
  • ବିଲ୍‌ଡିଂ ମେଣ୍ଟେନାନ୍ସ୍ ଟେକ୍‌ନିସିଆନ୍
  • ମେକାନିକ୍‌ ଡିଜେଲ୍‌
  • ମେକାନିକ୍‌ ମେସିନ୍‌ ଟୁଲ୍‌ ମେଣ୍ଟେନାନ୍ସ୍
  • ମେକାନିକ୍‌ ମୋଟର ଭେହିକାଲ୍
  • ମେକାନିକ୍ ରେଫ୍ ଆଣ୍ଡ୍‌ ଏସି
  • ପେଣ୍ଟର୍(ଜେନେରାଲ୍)
  • ପାଇପ୍ ଫିଟର୍‌
  • ଟେଇଲର୍ (ଜେନେରାଲ୍)
  • ଟର୍ନର୍‌
  • ସିଟ୍ ମେଟାଲ୍ ଓ୍ବାର୍କର୍‌
  • ଓ୍ଵେଲ୍ଡର୍ (ଗ୍ୟାସ୍ ଓ ଇଲେକ୍‌ଟ୍ରିକ୍)
  • ରିଗର୍
  • ସିପ୍ରାଇଟ୍ ଷ୍ଟିଲ୍

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ଇଣ୍ଟର୍‌ଭ୍ୟୁ

ଆବେଦନ କରିବାର ପ୍ରକିୟା

  • ଅଫିସିଆଲ୍ ଓ୍ଵେବ୍‌ସାଇଟ୍‌ indiannavy.nic.in କୁ ଯାଇ ଏହି ପଦବୀଗୁଡ଼ିକ ପାଇଁ ଅନ୍‌ଲାଇନ୍ ଆବେଦନ କରନ୍ତୁ।
  • ଓ୍ଵେବ୍‌ସାଇଟ୍‌ରେ ଥିବା ଫର୍ମରେ ନିଜର ସମସ୍ତ ବିବରଣୀ ସଠିକ୍ ଭାବେ ପୂରଣ କରନ୍ତୁ।
  • ଆବେଦନର ଫିସ୍ ବି ଅନ୍‌ଲାଇନ୍‌ରେ ଦିଆଯିବ।
  • ଶେଷରେ ସବ୍‌ମିଶନ୍‌ ବଟନ୍‌କୁ କ୍ଲିକ୍ କରନ୍ତୁ।
  • ଆବେଦନ କରିବା ପରେ ଆବେଦନପତ୍ରର ଗୋଟିଏ ନକଲ ନିଜ ପାଖରେ ରଖନ୍ତୁ।
  • ଆବେଦନ କରିବା ପୂର୍ବରୁ ଉକ୍ତ ପଦବୀ ପାଇଁ ଜାରି କରାଯାଇଥିବା ସମସ୍ତ ସର୍ତ୍ତ ଏବଂ ପରୀକ୍ଷା ନିୟମାବଳୀଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ।

ଆବେଦନପତ୍ର ପଞ୍ଜୀକରଣ ତାରିଖ

୨୨.୧୦.୨୦୧୯ ରୁ ୦୧.୧୨.୨୦୧୨

Comment