ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତ ହୋଇ ବାତ୍ୟାର ରୂପ ନେଇଛି। ବର୍ତ୍ତମାନ ବାତ୍ୟା ବୁଲବୁଲର ଗତିପଥ ପଶ୍ଚିମ-ବାଂଲାଦେଶ ଆଡ଼କୁ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ ଜାରି କରିଛି। ୨୪ ଘଣ୍ଟା ଭିତରେ ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ।

ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବୁଲବୁଲ ବର୍ତ୍ତମାନ ପରାଦୀପଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ହେଲେ ବାତ୍ୟା ପ୍ରଭାବରେ ଆସନ୍ତା ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୯ ତାରିଖରେ ବାତ୍ୟା ‘ବୁଲବୁଲ’ ଜଗତସିଂହପୁର ଅସ୍ତରଙ୍ଗଠାରୁ ୧୭୦ କିଲୋମିଟର ଦୂରରେ ରହିବା ଅନୁମାନ କରାଯାଉଛି। ସେହିପରି ୧୦ ତାରିଖରେ ପାରାଦୀପଠାରୁ ୧୬୦ କିଲୋମିଟର ଦୁରରେ ଏବଂ ୧୧ ତାରିଖରେ ଧାମରାଠାରୁ ୧୪୦ କିଲୋମିଟର ଦୂରରେ ରହିବା ଅନୁମାନ କରାଯାଉଛି।

Comment