ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ। ଉଡନ୍ତା ବିମାନରେ ନିଆଁ ଲାଗିଯିବାରୁ ରାୟପୁରରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିମାନଟି ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିଲା।

ଏହି ବିମାନରେ ମୋଟ ୮୯ ଜଣ ଯାତ୍ରୀ ଥିଲେ। ତେବେ ଏଡି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

Comment