ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ କୁହାଯାଏ ପଞ୍ଚୁକ ବ୍ରତ। ଲୋକକଥା ଅଛି ଯେ, ଏହି ପାଞ୍ଚଟି ଦିନ ବଗ ବି ଖାଏନି ମାଛ। ଏଥିପାଇଁ ଶ୍ରଦ୍ଧାଳୁମାନେ ପାଞ୍ଚଟି ଦିନ ଆମିଷ  ନ ଖାଇ ବ୍ରତ ପାଳନ କରନ୍ତି। କାର୍ତ୍ତିକ ମାସଟା ଯାକ ବ୍ରତ ପାଳନ କଲେ ପୂଣ୍ୟ ମିଳେ ବୋଲି ଲୋକମାନଙ୍କ ବିଶ୍ୱାସ ରହିଛି।

ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀଜିଉ ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ପଞ୍ଚୁକ ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ସେହିଭଳି ଅନ୍ୟ ଦିନମାନଙ୍କରେ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶୀଜିଉ।

କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ବଡ଼ ନିଷ୍ଠାର ସହ ପଞ୍ଚୁକ ବ୍ରତ ପାଳନ କରିଥା’ନ୍ତି।

Comment