ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଏଫସିର ପ୍ରଥମ ତିନୋଟି ଘରୋଇ ମ୍ୟାଚକୁ କଳିଙ୍ଗ ଷ୍ଟାଡିୟମରୁ ପୁଣେକୁ ସ୍ଥାନାନ୍ତର କରିଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ ବର୍ତ୍ତମାନ ମ୍ୟାଚ୍ ପାଇଁ ପ୍ରସ୍ତୁତ ନଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି।ନଭେମ୍ବର ୨୪ ତାରିଖରୁ ଓଡ଼ିଶା ଏଫସି କଳିଙ୍ଗ ଷ୍ଟାଡିୟମରୁ ନିଜର ଘରୋଇ ଅଭିଯାନ ଆରମ୍ଭ କରିବାର ଥିଲା। ତେବେ କଳିଙ୍ଗ ଷ୍ଟାଡିୟମର ଉନ୍ନତି ପାଇଁ ଏବେ ଅନେକ କାମ ନିର୍ମାଣଧୀନ ଅବସ୍ଥାରେ ରହିଛି। ତେଣୁ ଏଠାରେ ବର୍ତ୍ତମାନ ମ୍ୟାଚ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଗଣମାଧ୍ୟମ ସଂଯୋଜକ ଚିରଞ୍ଜୀବ ପତି।୨୦୨୦ ଅକ୍ଟୋବର ମାସରେ କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଆୟୋଜିତ ହେବ। ଏଥିପାଇଁ ଫିଫା ଗାଇଡଲାଇନ୍ ଅନୁସାରେ ଷ୍ଟାଡିୟମର ଅନେକ ନିର୍ମାଣ କାମ ଚାଲିଛି। ଏହି ସବୁ କାର୍ଯ୍ୟ ଡିସେମ୍ବର ୧୬ ସୁଦ୍ଧା ଶେଷ ହୋଇଯିବ। ଡିସେମ୍ବର ୧୬ ତାରିଖ ପରେ ଯାଇ ଏଠାରେ ମ୍ୟାଚ୍ ଆୟୋଜନ ସମ୍ଭବପର ହୋଇପାରିବ। ତେବେ ଓଡ଼ିଶା ଏଫସି ତା’ର ଶେଷ ୬ଟି ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here