ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନା କହିଲେ ଜେଣ୍ଟଲ ମ୍ୟାନ କାହାକୁ କହନ୍ତି। ଏକ କବିତା ଜରିଆରେ ଆୟୁଷ୍ମାନ କହିଛନ୍ତି, ‘‘ ଜେଣ୍ଟଲ ମ୍ୟାନ କିସେ କେହତେ‘‘। ୟୁଟ୍ୟବରେ ସାମ୍ନାକୁ ଆସିଥିବା ଏହି ଭିଡିଓକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓ ଜରିଆରେ ଆୟୁଷ୍ମାନ ପୁଣିଥରେ ଦର୍ଶକଙ୍କ ପ୍ରଂଶସକଙ୍କ ପ୍ରଂଶସା ସାଉଣ୍ଟିଛନ୍ତି।

ଏହି ଭିଡିଓରେ ଆୟୁଷ୍ମାନ ଯେଉଁ କବିତା କହୁଛନ୍ତି ତାକୁ ଲେଖିଛନ୍ତି ଗୌରବ ସୋଲଙ୍କି। ଏହି ଭିଡିଓଟି ପୁଅମାନଙ୍କ ଭାବନାକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ପୁଅମାନଙ୍କ ଉପରେ ଥିବା ଦାୟିତ୍ୱକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି।

ଆୟୁଷ୍ମାନ ଅତି ଭାବପୂର୍ଣ୍ଣ ଭାବେ ଏହି କବିତାକୁ କହିଛନ୍ତି, ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି। ଅନ୍ୟପକ୍ଷରେ ଆୟୁଷ୍ମାନ ଏବେ ନିଜ ଫିଲ୍ମ ‘‘ବାଲା’’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଲିଜ ହେବାର ୩ ଦିନରେ ଫିଲ୍ମଟି ୪୩ କୋଟି ଆୟ କରିବାରେ ସଫଳ ହୋଇଛି। ଦର୍ଶକ ଫିଲ୍ମ ‘‘ବାଲା’’କୁ ପସନ୍ଦ କରୁଛନ୍ତି। ଏହି ଫିଲ୍ମରେ ସେ ଜଣେ ଚନ୍ଦା ଯୁବକଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

Comment