ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମୀ ଫ୍ରାଇ ଡେ’ରେ ରିଲିଜ ହୋଇଯାଇଛି ଆୟୁଷ୍ମାନ ଖୁରାନାଙ୍କ ବହୁ ଚର୍ଚ୍ଚିତ ବଲିଉଡ ଫିଲ୍ମ ‘ଆର୍ଟିକଲ ୧୫’। ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ପୋଲିସ୍‌ ଅଫିସର ଭୂମିକାରେ ନଜର ଆସିଛନ୍ତି। ସମାଜରେ ହେଉଥିବା ଜାତିପ୍ରଥାକୁ ନେଇ ଲୋକେ ଯେଉଁ ଭଳି ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି, ଏହି ଭଳି ଉତ୍ତରପ୍ରଦେଶର ଏକ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଆର୍ଟିକଲ ୧୫’ର କାହାଣୀ।

‘ଆର୍ଟିକଲ ୧୫’ ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ଇଶା ତଲୱାର। ସେହିପରି କୁମୁଦ ମିଶ୍ର, ମନୋଜ ପାହ୍ୱା, ସାୟାନି ଗୁପ୍ତା, ନମଶୀ ଚକ୍ରବର୍ତ୍ତୀ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଅନୁଭବ ସିହ୍ନା ପିଲ୍ମ ‘ଆର୍ଟିକଲ ୧୫’ର ନିର୍ଦ୍ଦେଶନା, ପ୍ରଯୋଜନା ଏବଂ ସ୍କ୍ରିନ୍‌ ପ୍ଲେ’ ଭାର ସମ୍ଭାଳିଛନ୍ତି।

ଫିଲ୍ମ ‘ଆର୍ଟିକଲ ୧୫’ର ରିଲିଜ ପୂର୍ବରୁ ଏହାର ଟ୍ରେଲର ସୋସିଆଲ ମିଡିଆରେ ଛାଇଯାଇଥିଲା। ଏହି ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଦର୍ଶକମାନେ ଫିଲ୍ମକୁ ଭଲ ରେସ୍‌ପନ୍ସ ଦେଇଥିବା ବେଳେ ୫ରୁ ୩.୫ ଷ୍ଟାର ରେଟିଂ କରିଛନ୍ତି।

Comment