ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟୁଷ୍ମାନ ଖୁରାନା, ନୁସରତ ଭରୂଚା, ବିଜୟ ରାଜ, ଅନୁ କପୁର ଷ୍ଟାରର ଫିଲ୍ମ ’ଡ୍ରିମଗାର୍ଲ’ ଆଜି ରିଲିଜ ହୋଇଛି। ଗତ ବୁଧବାର ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା। ଏହି ସ୍ପେଶାଲ ସ୍କ୍ରିନିଂରେ ବଲିଉଡର ଅନେକ ବଡ଼ ବଡ଼ କଳାକାର ପହଞ୍ଚିଥିଲେ ଏବଂ ଫିଲ୍ମ ସୁପରହିଟ ବୋଲି କହିଥିଲେ।

ଫିଲ୍ମରେ ଆୟୁଷ୍ମାନଙ୍କର ଦମଦାର ଅଭିନୟ ରହିଛି। ସେ ପୂଜା ନାଁରେ ଏକ ଝିଅ ଭୂମିକାରେ ନଜର ଆସିବେ। ଝିଅ ହୋଇ ସେ ପୁଅଙ୍କୁ କେମିତି ପ୍ରେମ ଜାଲରେ ପକାଉଛନ୍ତି ତାହା ହିଁ ଦେଖିବାକୁ ମିଳିବ।

ରିଲିଜ ପୂର୍ବରୁ ଫିଲ୍ମର ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ସୋସିଆଲ ମଡିଆରେ ଏହା ଟ୍ରେଣ୍ଡରେ ରହିଛି। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ ବୋଲି ଅନୁମାନ କରାଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜ ସାନିଲିଆ।

ଯଦି ଆୟୁଷ୍ମାନଙ୍କ କଥା କହିବା ତେବେ ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ପ୍ରାୟତଃ ସୁପରହିଟ୍‌ ହୋଇଛି। ନିକଟରେ ସେ ବେଷ୍ଟ ଆକ୍ଟର ଆଓ୍ୱାର୍ଡ ମଧ୍ୟ ହାସଲ କରିଛନ୍ତି।

Comment