ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ଗଲା ଆୟୁଷ୍ମାନ ଖୁରାନାଙ୍କ ‘ବାଲା’।

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂଙ୍ଗ ଫିଲ୍ମ ‘ବାଲା’କୁ ତେଜିଲା ବିବାଦ। ତେବେ ବର୍ତ୍ତମାନ ଫିଲ୍ମ ନାଁରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଫିଲ୍ମ ‘ଉଜଡା ଚମନ’ର ନିର୍ଦ୍ଦେଶକ ଅଭିଷେକ ପାଠକ ଫିଲ୍ମ ‘ବାଲା’ ନାଁରେ ମାମଲା ଦାୟର କରିବା ସହିତ ଫିଲ୍ମ ରିଲିଜକୁ ରୋକିବା ପାଇଁ ଦାବି କରିଛନ୍ତି।

ବାଲା ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ କପି ରାଇଟ୍‌ସ ଉଲଙ୍ଘନ କରି ଫିଲ୍ମ ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ‘ଉଜଡା ଚମନ’ର ନିର୍ଦ୍ଦେଶକ ଅଭିଷେକ ପାଠକ। ଆସନ୍ତା ନଭେମ୍ବର ୪ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ଉଜଡା ଚମନ ଫିଲ୍ମର ନିର୍ମାତା ଅଭିଷେକ ପାଠକ ବାଲା ଫିଲ୍ମ ଉପରେ କପିରାଇଟ୍‌ସ ଉଲଙ୍ଘନର ଆରୋପ ଲଗାଇଛନ୍ତି। ଦିନେଶ କହିଛନ୍ତି, “ଫିଲ୍ମ ଉଜଡା ଚମନ କନ୍ନଡ ଫିଲ୍ମ ‘ଓଣ୍ଡୁ ମୋତେୟା କାଥେ’ର ରିମେକ୍‌। ଏଥିପାଇଁ ଆମ ପାଖରେ ଓରିଜିନାଲ କପିରାଟ୍‌ସ ରହିଛି। କିନ୍ତୁ ବାଲା ଫିଲ୍ମର ନିର୍ମାତା କପିରାଇଟ୍‌ସ ଉଲଙ୍ଘନ କରି ଏହାକୁ ନିର୍ମାଣ କରିଛନ୍ତି।”

ଅନ୍ୟପକ୍ଷରେ ବାଲା ଫିଲ୍ମର ନିର୍ମାତା କମ୍ପାନି ମାଡ୍‌ଡକ୍‌ ଫିଲ୍ମ୍‌ସ ପକ୍ଷରୁ ଏକ ଅଫିସିଆଲ ଷ୍ଟେଟ୍‌ମେଣ୍ଟ ଜାରି କରାଯାଇଛି। ଏଥିରେ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ କହିଛନ୍ତି, “ଫିଲ୍ମ ବାଲାକୁ ନେଇ ଆମେ ଅନେକ ଦିନରୁ ପ୍ରେଜେକ୍ଟ ଆରମ୍ଭ କରିଛୁ। ସମାଜରେ ଲଣ୍ଡାପଣକୁ ନେଇ ହେଉଥିବା ସମସ୍ୟାକୁ ଆଧାର କରି ଏହି ଫିଲ୍ମ ନିର୍ମାଣ କରାଯାଇଛି।”

ସୂଚନାଯୋଗ୍ୟ, ଫିଲ୍ମ ବାଲା ଏବଂ ଉଜଡା ଚମନ ଲଣ୍ଡାପଣକୁ ନେଇ ସମାଜରେ ଦେଖାଦେଉଥିବା ସମସ୍ୟାକୁ ନେଇ ନିର୍ମାଣ ହେଉଥିବା ଦୁଇଟି କମେଡି ଫିଲ୍ମ। ଆସନ୍ତା ନଭେମ୍ବର ୭ରେ ‘ବାଲା’ ରିଲିଜ ହେବାକୁ ଥିବା ବେଳେ ୮ରେ ରିଲିଜ ହେବ ‘ଉଜଡା ଚମନ’। ତେବେ ରିଲିଜ ପୂର୍ବରୁ ଦୁଇ ଫିଲ୍ମକୁ ନେଇ ବିବାଦ ଉଠିଥିବା ବେଳେ ବର୍ତ୍ତମାନ ଏହା ସୁପ୍ରିକୋର୍ଟରେ ପହଞ୍ଚିଛି। ନଭେମ୍ବର ୪ରେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ।

Comment