ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଗୁରୁବାର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୧ ଓ୍ଵିକେଟ ହରାଇ ୮୬ ରନ କରିଛି। ଏହାସହ ବାଂଲାଦେଶଠାରୁ ୬୪ ରନ୍ ପଛରେ ରହିଛି। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ ୩୭ ଓ ଚେତେଶ୍ଵର ପୂଜାରା ୪୩ ରନରେ ନଟଆଉଟ ରହିଛନ୍ତି।

ପ୍ରଥମ ଟେଷ୍ଟର ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବୋଲର ବାଂଲାଦେଶକୁ ମାତ୍ର ୧୫୦ ରନରେ ଅଲଆଉଟ୍ କରିଦେଇଥିଲେ। ବାଂଲାଦେଶକୁ ଅଲଆଉଟ୍ କରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ମୋଟ୍ ୮୬ ରନ୍ କରିପାରିଛି।

ପ୍ରଥମ ଇଂନିସରେ ଭାରତ ପକ୍ଷରୁ  ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିଲାବେଳେ ଇଶାନ୍ତ, ଉମେଶ ଓ ଅଶ୍ୱିନୀ ସମସ୍ତେ ୨ଟି ୱିକେଟ୍ ନେଇଥିଲେ। ସେହିପରି ବ୍ୟାଟିଂରେ ରୋହିତ ଶର୍ମା ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ମୟଙ୍କ ୩୭ ଓ ପୁଜାରା ୪୩ ରନ୍ କରି ଅପରାଜିତ ରହିଛନ୍ତି।

Comment