ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭା ଛାଡ଼ି ଶନିବାର ଧାରଣାରେ ବସିଛନ୍ତି ବିଜେପି ବିଧାୟକ। ବିଧାନସଭା କକ୍ଷ ତ୍ୟାଗ କରି ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ବାଚସ୍ପତି ସେମାନଙ୍କୁ ନିଜ ଆସନରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନଶୁଣି ଗୃହ ତ୍ୟାଗ କରିଛନ୍ତି।

ସ୍ମିତାରାଣୀଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ହାତରେ ପୋଷ୍ଟର ଧରି ବିଜେପି ସଦସ୍ୟ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ମଧ୍ୟ ବିଜେପି ସଦସ୍ୟ ଗୃହରେ ମହିଁରେ କଳା ପାଟି ବାନ୍ଧି ନିଜର ଦାବି ଉପସ୍ଥାପନ କରିଥିଲେ।

Comment