ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରକୁ ଖୋଲା ଶୌଚମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବିଏମସି। ଏଣିକି ଯଦି କୌଣସି ଲୋକ ଭୁବନେଶ୍ୱରରେ ଖୋଲାରେ ପରିଶ୍ରା କିମ୍ବା ମଳତ୍ୟାଗ କରନ୍ତି ତେବେ ସେମାନଙ୍କୁ ଫାଇନ୍ ଗଣିବାକୁ ପଡ଼ିବ। ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ଯେଉଁ ଲୋକ ଭୁବନେଶ୍ୱରରେ ଖୋଲାରେ ମଳତ୍ୟାଗ କରିବେ ସେମାନଙ୍କୁ ୨୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସେହିପରି ଖୋଲାରେ ପରିଶ୍ରା କଲେ ୧୫୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ।

ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମସି ଅନେକ ପ୍ରୟାସ ଚଳାଇଛି। ତେଣୁ ଏହି ନିୟମ ଦ୍ୱାରା ରାଜଧାନୀ ଆହୁରି ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

Comment