ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀରେ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନରେ ଦର୍ଶକ ଡିସେମ୍ବର ୧୯ରୁ ଟିକେଟ୍ କିଣିପାରିବେ।

ଆସନ୍ତା ଡିସେମ୍ବର୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଏହି ଟିକେଟ୍ ବିକ୍ରି ଆରମ୍ଭ କରାଯିବ। ତେବେ ପ୍ରଥମ ଥର ପାଇଁ ଲୋକମାନେ ଏଥର ଜିଏସଟି ଟ୍ୟାକ୍ସ ଦେଇ ଟିକେଟ୍ କିଣିବେ।

ମ୍ୟାଚ୍ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କିପରି ଧ୍ୟାନ ଦିଆଯିବ ସେନେଇ ଶନିବାର ପୋଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ବାରବାଟୀର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଟ୍ରାଫିକ୍ ଡିସିପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Comment