ଓଡ଼ିଶାଲାଇଭ୍‌ ବ୍ୟୁରୋ

OUATରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ରୁ ୨୯ ନଭେମ୍ଵର ଯାଏଁ ହେବ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ।

ଭୁବନେଶ୍ଵରସ୍ଥିତ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲ୍ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୭ରୁ ୨୯ ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ ପାଇଁ ଆସି ପାରିବେ। ଏହି ପଦବୀ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଚୁକ୍ତି ଭିତ୍ତିକ।

ସିନିୟର ଆକାଉଣ୍ଟଟାଣ୍ଟ

  • ଶିକ୍ଷାଗତ ଯୋଗ୍ୟତା – ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିବା ଦରକାର। ଆକାଉଣ୍ଟଟାଣ୍ଟ ଭାବେ ୧୦ବର୍ଷର ଅଭିଜ୍ଞତା ଆବଶ୍ୟକ।
  • ମାସିକ ଦରମା – ୨୦,୦୦୦
  • ଇଣ୍ଟରଭ୍ୟୁ ତାରିଖ – ୨୭.୧୧.୨୦୧୯ (ସକାଳ ୧୦ଟା ୩୦)

ଅଫିସ୍‌ ଅସିଷ୍ଟାଣ୍ଟ

  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ ପାସ୍‌ କରିଥିବା ସହ କମ୍ପ୍ୟୁଟର ଜାଣିଥିବା ଦରକାର। ଏହାସହ ଅଫିସ୍‌ ମ୍ୟାନେଜମେଣ୍ଟ, କ୍ୟାସବୁକ୍‌ ମେଣ୍ଟେନରେ ୧୦ ବର୍ଷର ଅଭିଜ୍ଞତା ଆବଶ୍ୟକ।
  • ମାସିକ ଦରମା – ୧୬,୦୦୦
  • ଇଣ୍ଟରଭ୍ୟୁ ତାରିଖ – ୨୮.୧୧.୨୦୧୯ (ସକାଳ ୧୦ଟା ୩୦)

ଡାଟା ଏଣ୍ଟ୍ରି ଅପରେଟର

  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ ପାସ୍‌ କରିଥିବା ସହ କମ୍ପ୍ୟୁଟରରେ ପିଜିଡିସିଏ ଜାଣିଥିବା ଦରକାର। ଏହାସହ ୫ବର୍ଷର ଅଭିଜ୍ଞତା ଆବଶ୍ୟକ।
  • ମାସିକ ଦରମା – ୧୫,୦୦୦
  • ଇଣ୍ଟରଭ୍ୟୁ ତାରିଖ – ୨୯.୧୧.୨୦୧୯ (ସକାଳ ୧୦ଟା ୩୦)

ଇଣ୍ଟରଭ୍ୟୁ ସମୟରେ ସମସ୍ତ ପ୍ରମାଣପତ୍ର ସାଙ୍ଗରେ ଆଣିଥିବା ଦରକାର। ଏହାସହ ବାୟୋଡାଟା ଫର୍ମ ମଧ୍ୟ ଆବଶ୍ୟକ ଅଧିକ ତଥ୍ୟ ପାଇଁ ouat.nic.in କୁ ଯାଇ ଦେଖିପାରିବେ।

Comment