ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବସ୍‌ ଟ୍ରକ ମୁହାଁମୁହିଁ ହୋଇଛନ୍ତି। ଫଳରେ ବସ୍‌ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ନୀଳଗିରି ଉଦଳା ରାସ୍ତା ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଏହି ବସ୍ ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ବୁଧବାର ବାଲେଶ୍ୱରରୁ ଉଦଳା ଯାଉଥିବା ସାହୁ ନାମକ ଏକ ଘରୋଇ ବସ୍‌ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣା ପରେ ବସଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥଲା।

Comment