ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ନୌସେନାରେ ଚାକିରି ସୁଯୋଗ। ନଭେମ୍ଵର ୨୮ ପର୍ଯ୍ୟନ୍ତ କରିପାରିବେ ଆବେଦନ।

ଭାରତୀୟ ନୌସେନାରେ ଚାକିରି ପାଇଁ ଆସିଛି ବଡ଼ ସୁଯୋଗ। ନୌସେନାରେ ଯୋଗ ଦେବା ପାଇଁ ପ୍ରାର୍ଥୀମାନେ କରିପାରିବେ ଆବେଦନ। ଭାରତୀୟ ନୌସେନାରେ ନୌଚାଳକ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୮ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଦଶମ ପାସ୍‌ କରିଥିବା ଦରକାର।

ବୟସ ସୀମା

ପ୍ରାର୍ଥୀଙ୍କ ଜନ୍ମ ତାରିଖ ୧ ଅକ୍ଟୋବର ୨୦୦୦ ମସିହାରୁ ୩୦ ସେପ୍ଟେମ୍ଵର ୨୦୦୩ ମଧ୍ୟରେ ହୋଇଥିବା ଆବଶ୍ୟକ।

ମାସିକ ଦରମା

୧୪,୬୦୦

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ଡାକ୍ତରୀ ପରୀକ୍ଷା

ଦରଖାସ୍ତ ଫିସ୍‌

  • ସାଧାରଣ ବର୍ଗ ଓ ଓବିସି ବର୍ଗଙ୍କ ପାଇଁ ୨୦୫ ଟଙ୍କା।
  • ଏସସି ଓ ଏସଟିଙ୍କ ପାଇଁ ଫିସ୍‌ ସଂପୂର୍ଣ୍ଣ ଛାଡ଼ କରାଯାଇଛି।

କେମିତି କରିବା ଆବେଦନ

  • ଅଫିସିଆଲ ଓ୍ଵେବସାଇଟ୍‌ www.joinindiannavy.gov.in କୁ ଯାଇ ବିଜ୍ଞାପନକୁ ଭଲରେ ପଢ଼ିବେ।
  • ସେହିଠାରେ ଅନଲାଇନରେ ଆବେଦନ କରିପାରିବେ।
  • ପର୍ମ ପୂରଣ ପରେ ଅନଲାଇନରେ ଫିସ୍‌ ଦାଖଲ କରିପାରିବେ।
  • ଶେଷରେ ସବ୍‌ମିଶନ ବଟନକୁ କ୍ଲିକ କରିବେ।

ଏହାସହ ଦରଖାସ୍ତ ଫର୍ମର ଏକ ନକଲ ନିଜ ପାଖରେ ରଖିବେ।

ଶେଷ ତାରିଖ

୨୮.୧୧.୨୦୧୯

Comment