ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବୋହୂକୁ ତା ଶ୍ଵଶୂର ଘର ଲୋକ ଗାଁ ରାସ୍ତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଗାଁ ଲୋକ ବୋହୂକୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରିବା ସହ ଶାଶୂ, ଶ୍ଵଶୂର ଓ ଦିଅରଙ୍କୁ ବାନ୍ଧି ପୋଲିସ ଜିମା ଦେଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ତେଜପୁର ଗାଁରେ।

ତେଜପୁର ଗାଁରେ ଗୋଟେ ପରିବାର ନିଜ ବୋହୂକୁ ଗାଁ ରାସ୍ତାରେ ମାଡ଼ ମାରିଥିଲେ। ଏହାକୁ ଦେଖି ଗାଁ ଲୋକ ବିରୋଧ କରିଥିଲେ। ହେଲେ ସେମାନ ନଶୁଣି ବୋହୂକୁ ଆହୁରି ମାଡ଼ ମାରି ତାକୁ ରକ୍ତାକ୍ତ କରିଥିଲେ। ପରେ ଲୋକମାନେ ଉତ୍ୟକ୍ତ ହୋଇ ଶ୍ଵଶୂର, ଶାଶୂ ଓ ଦିଅରକୁ ବାନ୍ଧି ପକାଇଥିଲେ।

ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଗରିଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment