ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଐତିହାସିକ ପିଙ୍କ୍ ବଲ୍ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବ ବାଂଲାଦେଶ। ଶୁକ୍ରବାର ମ୍ୟାଚର ଟସରେ ବାଂଲାଦେଶ ଅଧିନାୟକ ମୋମିନୁଲ ହକ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି।

ଶୁକ୍ରବାର ଅପରାହଣ୍ ୧ଟା ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଡେ-ନାଇଟ୍ ମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟରେ ଭାରତ ଓ ବାଂଲାଦେଶ ଦଳ ପ୍ରଥମ କରି ପିଙ୍କ୍ ବଲରେ ଟେଷ୍ଟ ମ୍ୟାଚ୍ ଖେଳିବେ।

ଏହି ଦିବାରାତ୍ର ଟେଷ୍ଟକୁ ନେଇ ସାରା ଭାରତରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ କୋଲକାତର ଇଡେନ୍ ଗାର୍ଡେନଙ୍କୁ ଗୋଲାପି ରଙ୍ଗରେ ସଜାଯାଇଛି।

ଚୂଡ଼ାନ୍ତ ଭାରତୀୟ ଏକାଦଶରେ ଅଧିନାୟକ କୋହଲିଙ୍କ ସହ  ଓପନର ଭାବେ ମୟଙ୍କ ଅଗ୍ରୱାଲ୍ ଓ ରୋହିତ ଶର୍ମା ସାମିଲ ହୋଇଛନ୍ତି। ସେହିପରି ମଧ୍ୟମକ୍ରମରେ ଚିତେଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହ୍ ବ୍ୟାଟିଂ ଭାର ସମ୍ଭାଳିବେ। ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ଇଶାନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ଶାମି ଭାରତୀୟ ବୋଲିଂ ବିଭାଗର ନେତୃତ୍ୱ ନେବେ।

Comment