ଓଡ଼ିଶାଲାଇଭ୍‌ ବ୍ୟୁରୋ

IBPSରେ ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ନଭେମ୍ଵର ୨୬।  

ଇନଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ(ଆଇବିପିଏସ୍‌)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲିଥିବା ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୬ ଯାଏଁ ଅନଲାଇନେର ଆବେଦନ କରିପାରିବେ।

ଆଇ.ଟି ଅଫିସର

  • ପଦବୀ – ୭୬
  • ଶିକ୍ଷାଗତ ଯୋଗ୍ୟତା – ଇଂଜିନିୟରିଂରେ ଡିଗ୍ରୀ ହାସଲ କିମ୍ଵା ଯେକୌଣସି ବିଷୟରେ ପିଜି କରିଥିବା ଦରକାର।

ଏଗ୍ରିକଲ୍‌ଚରାଲ ଫିଲ୍ଡ ଅଫିସର

  • ପଦବୀ – ୬୭୦
  • ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଦରକାର।

ରାଜଭାଷା ଅଧିକାରୀ

  • ପଦବୀ – ୨୭
  • ଶିକ୍ଷାଗତ ଯୋଗ୍ୟତା – ହିନ୍ଦି/ ସଂସ୍କୃତ/ ଇଂରାଜୀରେ ପିଜି କରିଥିବା ଆବଶ୍ୟକ।

ଲ’ ଅଫିସର

  • ପଦବୀ – ୬୦
  • ଶିକ୍ଷାଗତ ଯୋଗ୍ୟତା – ଲ’, ଏଲ୍‌ଏଲ୍‌ବିରେ ଡିଗ୍ରୀ ହାସଲ କରିଥିବା ଦରକାର।

ଏଚ୍‌ଆର ପର୍ସୋନେଲ ଅଫିସର

  • ପଦବୀ – ୨୦
  • ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଷୟରେ ଡିଗ୍ରୀ ଓ ପିଜି ଡିଗ୍ରୀ କରିଥିବା ଦରକାର କିମ୍ଵା ଡିପ୍ଲୋମା କରିଥିବା ଦରକାର।

ମାର୍କେଟିଙ୍ଗ ଅଫିସର

  • ପଦବୀ – ୩୧୦
  • ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଷୟରେ ଡିଗ୍ରୀ ସହ ଏମ୍‌ଏମ୍‌ଏସ୍‌/ଏମ୍‌ବିଏ/ପିଜିଡିବିଏ/ପିଜିଡିବିଏମ୍‌/ପିଜିପିଏମ୍‌/ପିଜିଡିଏମ୍‌ (ମାର୍କେଟିଙ୍ଗ)

ପରୀକ୍ଷା ଫିସ୍‌

  • ସାଧାରଣ ବର୍ଗ, ଇଡବ୍ଲୁସି, ଓବିସି – ୬୦୦
  • ଏସ୍‌ସି, ଏସ୍‌ଟି ଓ ପିଡବ୍ଲୁଡି – ୧୦୦

 ବୟସସୀମା

  • ସର୍ବନିମ୍ନ ବୟସ – ୨୦
  • ସର୍ବାଧିକ ବୟସ – ୩୦

ଶେଷ ତାରିଖ

୨୬.୧୧.୨୦୧୯

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ପାଇଁ କିମ୍ଵା ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ https://ibpsonline.ibps.in/crpspl9nov19/ କୁ ଯାଇ ପାରିବେ।

LEAVE A REPLY

Please enter your comment!
Please enter your name here