ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଘଟଣା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ।

ଯଦି ଆପଣ ବି ନିଜ ମୋବାଇଲ ବ୍ୟାଟେରୀ ସହ କିଛି ଏମିତି ଭୁଲ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ନହେଲେ ଆପଣଙ୍କ ଫୋନ ବି ଫାଟିପାରେ।

ନିଜ ମୋବାଇଲ ଫୋନ ବ୍ୟାଟେରୀ ସହ କରନ୍ତୁ ନାହିଁ ଏହି ଭୁଲ।

  • ସ୍ମାର୍ଟଫୋନ୍‌କୁ କେବେ ହେଲେ ନିଜ ତକିଆ ତଳେ ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଫୋନର ତାପମାତ୍ରା ବଢ଼ିଥାଏ। ଫଳରେ ଫୋନ୍‌ ଓଭର ହିଟ୍‌ ହୋଇ ବିସ୍ଫୋରଣ ହୋଇପାରେ।
  • କେବେ ହେଲେ ନକଲି ଚାର୍ଜର ବା ଆଡପ୍ଟର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଫୋନର ଚାର୍ଜିଂ ପଏଣ୍ଟ, ବ୍ୟାଟେରୀ ଖରାପ ହୋଇପାରେ।
  • ଯଦି ଆପଣଙ୍କ ଫୋନ୍‌ ଗରମ ହେଉଥାଏ ତେବେ ଏହାକୁ କିଛି ସମୟ ପାଇଁ ବ୍ୟବହାର କରିବା ବନ୍ଦ କରନ୍ତୁ।
  • ଫୋନକୁ ପୂରା ରାତିରେ ଚାର୍ଜିଂରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଫୋନ ଓଭରହିଟ ହୋଇ ଫାଟିବାର ଅଧିକ ସମ୍ଭାବନା ଥାଏ।
  • ଫୋନ ଖରାପ ହେଲେ ସବୁବେଳେ ଅଫିସିଆଲ ସର୍ଭିସ ସେଣ୍ଟର ଯାଆନ୍ତୁ।

Comment