ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପରହିଟ୍ ଫିଲ୍ମ ‘କବୀର ସିଂ’ ସଫଳତା ପରେ ଏବେ ବ୍ୟାକ୍ ଟୁ ବ୍ୟାକ ଫିଲ୍ମ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ କିଆରା ଆଡଭାନୀ।
ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ‘‘ଇନ୍ଦୁ କୀ ଯବାନୀ’’ର ଶୁଟିଂ ସାରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସେ ନିଜେ ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମ ଏକ କମେଡି ଫିଲ୍ମ ବୋଲି ଜଣାପଡ଼ିଛି।
ଇନ୍ଦୁ କୀ ଯବାନୀ ବ୍ୟତୀତ କିଆରା ‘ଲକ୍ଷ୍ମୀ ବମ୍’, ‘ଭୁଲ ଭୁଲୈୟା ୨’, ନଜର ଆସିବେ। ସେହିପରି ଡିସେମ୍ବର ୨୭ରେ ସେ ‘ଗୁଡ ନ୍ୟୁଜ’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ କିଆରା, ଅକ୍ଷୟ କୁମାର, କରୀନା, ଦିଲଜୀତ ଅଛନ୍ତି।
















